Thursday, 10 May 2012

Hirakud Dam Project- Government should be realistic


ହୀରାକୁଦ ଜଳଭଣ୍ଡାର ର ମୁଖ୍ୟ ଉଦ୍ଦେଶ୍ୟ ହେଲା ବନ୍ୟା ନିୟନ୍ତ୍ରଣ। ଅନ୍ୟ ଉଦ୍ଦେଶ୍ୟ ହେଲା ଜଳସେଚନ,  ବିଦ୍ୟୁତ ଉତ୍ପାଦନ, ମାଛ ଚାଷ, ନିକଟବର୍ତୀ ସହର କୁ ଜଳଯୋଗାଣ। ଶିଳ୍ପକୁ ଜଳଯୋଗାଣ କଥା କେବେହେଲେ ଚିନ୍ତା କରା ଯାଇ ନ ଥିଲା। ୨୦୦୫ପୂର୍ବରୁ ଏହି ଜଳଭଣ୍ଡାରରୁ ଅତି ଅଳ୍ପମାତ୍ରାରେ ବିଭିନ୍ନ କଳ କାରଖାନା, ବିଭିନ୍ନ ଅନୁଷ୍ଠାନକୁ ଜଳ ଯୋଗାଣ କରାଯାଉ ଥିଲା। ୨୦୦୫ ରେ ସରକାର ସ୍ଥିର କଲେ ଯେ ହୀରାକୁଦ ଜଳଭଣ୍ଡାରରୁ ୪୭୮ କ୍ୟୁସେକ ଜଳ ଶିଳ୍ପକୁ ଯୋଗାଇ ଦେବେ। ଜଳଭଣ୍ଡାରର ଉଦ୍ଦେଶ୍ୟକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଗଲା। ରାଜ୍ୟସରକାର ମତ ଦେଲେ ଯେ,ଶିଳ୍ପକୁ ଜଳ ଦେଲେ ହୀରାକୁଦ କମାଣ୍ଡ ଏରିଆର ଜଳସେଚନ ବାଧାପ୍ରାପ୍ତ ହେବ ନାହିଁ। କେବଳ ଆନୁପାତିକ ଭାବେ ବିଦ୍ୟୁତ ଉତ୍ପାଦନ କମିଯିବ ଏବଂ ଡେଲଟା ଅଞ୍ଚଳରେ ଜଳସେଚନ କିଛି ପରିମାଣରେ ବାଧାପ୍ରାପ୍ତ ହେବ। ପ୍ରକୃତରେ ଅଙ୍କ କଷାକଷି କରି କୁହାଯାଉଛି ଯେ ଜଳଭଣ୍ଡାରରେ ବଳକା ପାଣି ଅଛି । ବାସ୍ତବରେ ବଳକା ପାଣି ନାହିଁ। ପ୍ରତ୍ୟେକ ବର୍ଷ ଜଳଭଣ୍ଡାର ପଟୁମାଟିରେ ପୋତି ହେଇଯାଉଛି। ଜଳଭଣ୍ଡାରର ୨୭ଭାଗରୁ ଉର୍ଦ୍ଧ ପୋତି ହୋଇ ଗଲାଣି। ଭବିଷ୍ୟତରେ ମଧ୍ୟ  ପଟୁମାଟି ଭର୍ତି ହୋଇ ପ୍ରତ୍ୟେକ ବର୍ଷ ଜଳଭଣ୍ଡାର ସଙ୍କୁଚିତ ହେବ । ସରକାର ଥରକୁ ଥର ଘୋଷଣା କରନ୍ତି, କୃଷି ପାଇଁ ଉଦ୍ଦିଷ୍ଟ ବୁନ୍ଦାଏ ପାଣି ଶିଳ୍ପକୁ ଦିଆଯିବ ନାହିଁ। କିନ୍ତୁ କୃଷିପାଇଁ କେତେ ପାଣି ଉଦ୍ଦିଷ୍ଟ ସେ କଥା ଘୋଷଣା କରାଯାଏ ନାହିଁ। ହୀରାକୁଦ ଜଳଭଣ୍ଡାର ଏବଂ କେନାଲ ସମୂହ କୃଷିପାଇଁ ଉଦ୍ଦିଷ୍ଟ, ସେଥିରୁ ଶିଳ୍ପକୁ ଏତେ ଅଧିକ ପରିମାଣରେ ଜଳଯୋଗାଣ କେବେହେଲେ ଯୁକ୍ତିଯୁକ୍ତ ନୁହେଁ।

ହୀରାକୁଦ ନଦୀ ବନ୍ଧ ଯୋଜନା ନିର୍ମାଣ ସମୟରେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବନ୍ୟା ନିୟନ୍ତ୍ରଣ। ୧୯୮୮ରେ ହୀରାକୁଦ ଜଳ ପରିଚାଳନା ସକାଶେ ଯେଉଁ ରୁଲକର୍ଭର ପରିବର୍ତନ କରାଗଲା, ତାହାର ଉଦ୍ଦେଶ୍ୟ ଥିଲା ବିଦ୍ୟୁତ ଉତ୍ପାଦନ ଆଉ କିଛି ବୃଦ୍ଧି। ବନ୍ୟା ନିୟନ୍ତ୍ରଣ କୁ ଗୌଣ କରିଦିଆଗଲା। ବିଦ୍ୟୁତ ଉତ୍ପାଦନ ସଫଳ ଭାବେ କରାଗଲା। ବନ୍ୟା ନିୟନ୍ତ୍ରଣରେ ସେତିକି ସଫଳତା ମିଳିଲା ନାହିଁ। ହୀରାକୁଦବନ୍ଧ ନିର୍ମାଣ ପୂର୍ବରୁ ମହାନଦୀରେ ଯେତେ ଥର ବନ୍ୟା ହେଉଥିଲା, ନିର୍ମାଣ ପରେ ତାହାର ଦୁଇଗୁଣ ଅଧିକ ବନ୍ୟା ହୋଇଛି। । ନିଃସନ୍ଦେହରେ କୁହାଯାଇପାରେ, ହୀରାକୁଦ ନଦୀବନ୍ଧ ଯୋଗୁଁ ବନ୍ୟା ନିୟନ୍ତ୍ରଣରେ ଆଂଶିକ ସଫଳତା ମିଳିଛି। ଆଂଶିକ ବନ୍ୟା ନିୟନ୍ତ୍ରଣ ହୋଇଛି, ସମ୍ପୂର୍ଣ ବନ୍ୟା ନିୟନ୍ତ୍ରଣ ହୋଇ ନାହିଁ।

ସରକାରୀ ତଥ୍ୟରେ ଉଲ୍ଲେଖ ଅଛି ଯେ, ଶିଳ୍ପକୁ ଜଳ ଯୋଗାଣ କଲେ ସେହି ଅନୁପାତରେ ବିଦ୍ୟୁତ ଉତ୍ପାଦନ କମିଯିବ ଏବଂ ଡେଲଟା ଅଞ୍ଚଳରେ ଜଳସେଚନ ବାଧାପ୍ରାପ୍ତ ହେବ। କିନ୍ତୁ  ହୀରାକୁଦ କମାଣ୍ଡ ଏରିଆରେ ମଧ୍ୟ କିଛି ମାତ୍ରାରେ ବାଧାପ୍ରାପ୍ତ ହେଲା। କାରଣ ଶିଳ୍ପକୁ କେନାଲରୁ ଜଳଯୋଗାଣର ସୁଯୋଗ ଦିଆଗଲା। ସୂଚନାଯୋଗ୍ୟ ଯେ ଅନେକ ବର୍ଷ ହେଲା, କେନାଲର ଟେଲ ଏଣ୍ଡରେ ୨୦୦୦୦ ହେକ୍ଟର ପାଖାପାଖି ଜମିରେ ପାଣି ପହଞ୍ଚେନାହିଁ। ଶିଳ୍ପକୁ ଜଳଯୋଗାଣ ପରେ ଆନ୍ଦୋଳନ ତେଜିଉଠିଲା। କୃଷକ ସଂଗଠନ ଆନ୍ଦୋଳନ କଲେ। ହୀରାଖଣ୍ଡ ନାଗରିକ ପରିଷଦ ରାଷ୍ଟ୍ରପତିଙ୍କୁ ଆପତ୍ତି ଜଣାଇଲେ , ଏକ୍ସପର୍ଟ କମିଟି ହୀରାକୁଦ ଆସି ଏହି ସମ୍ପର୍କରେ ତଦନ୍ତ କରନ୍ତୁ।

ଶିଳ୍ପକୁ ଜଳଯୋଗାଣ ଜମ୍ପର୍କରେ ତଦନ୍ତ ସକାଶେ ପ୍ରଥମ ଏକ୍ସପର୍ଟ କମିଟି ୨୦୦୬ ଜୁଲାଇ ୨୪ତାରିଖରେ ଆସିଥିଲେ। ପ୍ରଥମ କମିଟି ମତରେ ଶିଳ୍ପକୁ ୦.୩୫୦ ମିଲିୟନ ଏକର ଫୁଟ ଅର୍ଥାତ ୪୭୮ କ୍ୟୁସେକ ଜଳଯୋଗାଣ କରାଯାଇପାରେ। ଠିକ ବର୍ଷେ ପରେ ଦ୍ଵିତୀୟ ଏକ୍ସପର୍ଟ କମିଟି ୨୦୦୭ ଜୁଲାଇ ୧୭ ତାରିଖରେ ହୀରାକୁଦ ଆସିଲେ। ଦ୍ଵିତୀୟ କମିଟିଙ୍କ  ମତରେ ଶିଳ୍ପକୁ ୦.୫୦୦ ମିଲିୟନ ଏକର ଫୁଟ ପରିମାଣର ଜଳ ଯୋଗାଇ ଦିଆଯାଇପାରିବ । ବର୍ଷେ ପରେ ଜଳଭଣ୍ଡାରର  ଜଳଧାରଣ କ୍ଷମତା ପଟୁମାଟି ଭର୍ତି ଯୋଗୁଁ କମିଥିଳା,  କ୍ଷମତା ବଢି ନ ଥିଲା। ତାହାହେଲେ ବଳକା ପାଣି ଆସିଲା କେଉଁଠୁ ପ୍ରଥମ କମିଟିଙ୍କ ମତରେ ହୀରାକୁଦ କମାଣ୍ଡ ଏରିଆରେ ରବି ଜଳସେଚନ ବାଧାପ୍ରାପ୍ତ ହେବନାହିଁ, କିନ୍ତୁ ଶିଳ୍ପକୁ ଜଳଯୋଗାଣ କଲେ ବିଦ୍ୟୁତ ଉତ୍ପାଦନ କମିଯିବ। ଦ୍ଵିତୀୟ ଏକ୍ସପର୍ଟ କମିଟି କହନ୍ତି ଯେ, ବିଦ୍ୟୁତ ଉତ୍ପାଦନ ପାଇଁ ଆଗ ଅପେକ୍ଷା ଅଧିକ ପାଣି ଯୋଗାଇ ଦିଆଯାଉଛି। ଏହା ହାସ୍ୟାସ୍ପଦ। ପ୍ରକୃତରେ ଏବେ ବିଦ୍ୟୁତ ଉତ୍ପାଦନ ବହୁ ଅଧିକ ପରିମାଣରେ କମିଛି।
ପ୍ରଥମ ଏକ୍ସପର୍ଟ କମିଟି ଅନ୍ୟାନ୍ୟ ପ୍ରସ୍ତାବ ସହିତ ହୀରାକୁଦର ଜଳଧାରଣ କ୍ଷମତା ଆଶାତୀତ ଭାବେ କମିଯିବା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିଳ୍ପାନୁଷ୍ଠାନମାନଙ୍କ ଦ୍ଵାରା ଜଳଭଣ୍ଡାର ସଂକୁଚିତ କରିବା, ବର୍ଜ୍ୟବସ୍ତୁ ଜଳଭଣ୍ଡାରରେ ନିକ୍ଷେପ କରିବା ଏବଂ ଶିଳ୍ପାୟନ ଯୋଗୁଁ ପରିବେଶରେ ଅବନତି ସମ୍ପର୍କରେ କାଟୁ ମନ୍ତବ୍ୟ ଦେଇ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ସରକାର କର୍ଣପାତ କଲେ ନାହିଁ। ଦ୍ଵିତୀୟ ଏକ୍ସପର୍ଟ  କମିଟିର ସୁପାରିଶ ଅନୁସାରେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି।
ଶିଳ୍ପକୁ ଜଳଯୋଗାଣ ପରେ ବିଦ୍ୟୁତ ଉତ୍ପାଦନ ଅନୁପାତିକଭାବେ କମିଯିବ ବୋଲି ଏକ୍ସପର୍ଟ କମିଟି ସ୍ଵୀକାର କରିଛନ୍ତି। କିନ୍ତୁ ଆନୁପାତିକ ଭାବେ କମୁନାହିଁ , ବହୁତ ଅଧିକ ମାତ୍ରାରେ ବିଦ୍ୟୁତ ଉତ୍ପାଦନ କମିଛି। ହୀରାକୁଦ ଜଳ ପରିଚାଳନା ସକାଶେ ଜଳସେଚନ ବିଭାଗ ଓ ବିଦ୍ୟୁତ ବିଭାଗ ଆଲୋଚନା କରି ପ୍ରତ୍ୟେକ ବର୍ଷ ବିଭିନ୍ନ ସମୟରେ ୱାର୍କିଙ୍ଗଟେବୁଲ ପ୍ରସ୍ତୁତ କରିଥାନ୍ତି । ୱାର୍କିଂଟେବୁଲ ଅନୁସାରେ ଜଳସେଚନ ପାଇଁ ଓ ବିଦ୍ୟୁତ ଉତ୍ପାଦନ ପାଇଁ ହୀରାକୁଦ ଜଳ ବ୍ୟବହାର କରାଯାଏ। ଗତ ଚାରିବର୍ଷ ବିଦ୍ୟୁତ ଉତ୍ପାଦନ ସକାଶେ ଆବଶ୍ୟକୀୟ ଜଳ ଅନେକ ମାତ୍ରାରେ କମେଇ ଦିଆ ଯାଇଛି। ଚାରିବର୍ଷ ପୂର୍ବରୁ ଡେଡଲେଭେଲ ୫୯୦ ଫୁଟ ପର୍ୟନ୍ତ ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ ୫୯୫ ଫୁଟ ପର୍ଯନ୍ତ ଜଳ ବ୍ୟବହାର କରି ଜାଣିଶୁଣି ୫ ଫୁଟ ଉଚତାର ଜଳରାଶି ନଷ୍ଟ କରାଯାଉଛି। କାରଣ ହେଲା, ଜଳସ୍ତର ୫୯୫ ଫୁଟରୁ ତଳକୁ ଖସିଲେ ଶିଳ୍ପାନୁଷ୍ଠାନଗୁଡିକ ପମ୍ପ ସାହାଯ୍ୟରେ ଜଳଭଣ୍ଡାରରୁ ଜଳ ଉଠେଇପାରିବେ ନାହିଁ। ଶିଳ୍ପକୁ ଜଳଯୋଗାଣର ସୁବିଧା ସକାଶେ ପ୍ରତ୍ୟେକ ବର୍ଷ ୫ ଫୁଟ ଉଚ୍ଚତାର ଜଳ ନଷ୍ଟ କରି ବିଦ୍ୟୁତ ଉତ୍ପାଦନ କମେଇ ଦିଆଯାଉଛି। ସରକାର କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି। ଏହି ଦିଗରେ ସରକାର ସମୀକ୍ଷା କରନ୍ତୁ।
କଳ କାରଖାନା ହେଉ। କିନ୍ତୁ କଳ କାରଖାନା ନିଜେ ନିଜର ଜଳଯୋଗାଣ ବ୍ୟବସ୍ଥା କରନ୍ତୁ। ବନ୍ୟା ସମୟରେ ଜଳ ସଂରକ୍ଷଣ କରି ଅନ୍ୟ ସମୟରେ ସେହି ଜଳକୁ ବ୍ୟବହାର କରାଯାଇପାରିବ। ଆବଶ୍ୟକତା ଅନୁସାରେ ସେହି ଜଳକୁ ରିସାଇକ୍ଲିଂ କରାଯାଇ ପାରିବ। ହୀରାକୁଦରୁ ଶିଳ୍ପକୁ ଜଳଯୋଗାଣ କରି ସୀମିତ ଅଞ୍ଚଳରେ ଅନେକ ଶିଳ୍ପାନୁଷ୍ଠାନକୁ ଅନୁମତି ଦେବା ଯୁକ୍ତିଯୁକ୍ତ ନୁହେଁ। ହୀରାକୁଦ ଜଳଭଣ୍ଡାର ସୁରକ୍ଷିତ ରହୁ । ପରିବେଶ ସୁରକ୍ଷିତ ରହୁ । ସରକାର ବାସ୍ତବବାଦୀ ହୁଅନ୍ତୁ।

Hirakud dam project - Its Aim & Objectives -Problems due to Water Supply to Industries


୧୯୪୬ ମସିହା ୧୫ ମାର୍ଚ ରେ ଓଡିଶା ର ତତ୍କାଳୀନ ରାଜ୍ୟପାଳ ହାର୍ଥନ ଲୁଇସ ହୀରାକୁଦ ନଦୀ ବନ୍ଧ ଯୋଜନା ର ଭିତ୍ତି ପ୍ରସ୍ତର
Hirakud dam project
ସ୍ଥାପନ କରିଥିଲେ। ଏହି ଅବସର ରେ ଡାଃ ଅଯୋଧ୍ୟା ନାଥ ଖୋସଲା କହିଥିଲେ ଯେ ହୀରାକୁଦ, ଟିକରପଡା ଓ ନରାଜ ଠାରେ ତିନୋଟି ନଦୀ ବନ୍ଧ ଯୋଜନା କାର୍ଯ୍ୟକାରୀ ହେବ । ଓଡିଶା ରେ ସମ୍ପୂର୍ଣ ବନ୍ୟା ନିୟନ୍ତ୍ରଣ ପାଇଁ ଏହି ତିନୋଟି ଯୋଜନା ଆବଶ୍ୟକ। ହୀରାକୁଦ ବନ୍ଧ ଯୋଜନା ହେଲା । ଟିକରପଡା ଓ ନରାଜ କାର୍ଯ୍ୟକାରୀ ହୋଇ ପାରିଲା ନହିଁ। ଆନ୍ଦୋଳନ ଯୋଗୁଁ ଟିକରପଡା ଯୋଜନା ବନ୍ଦ ହୋଇଗଲା। ୧୯୪୮ ଏପ୍ରିଲ ୧୨ ରେ ଆଉଥରେ ସିମେଣ୍ଟ କଂକ୍ରିଟ ଢାଳି ପଣ୍ଡିତ ଜବାହାର ଲାଲ ନେହେରୁ ହୀରାକୁଦ ର ଭିତ୍ତି ପ୍ରସ୍ତର ସ୍ଥାପନ କଲେ। ୧୯୫୭ ଜାନୁଆରୀ ୧୩ ତାରିଖରେ ଜୱାହର ଲାଲ ନେହେରୁ ଉଦ୍ଘାଟନ କରି ଦେଶବାସୀଙ୍କୁ ସମର୍ପଣ କଲେ। ୧୯୫୬ ରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହେଲା ଏବଂ ୧୯୬୬ ସୁଦ୍ଧା ହୀରାକୁଦ ନଦୀ ବନ୍ଧ ଯୋଜନା  ପୂର୍ଣକାର୍ଯ୍ୟକ୍ଷମ  ହେଲା। ହୀରାକୁଦ ନଦୀବନ୍ଧ ନିର୍ମାଣ ବିରୋଧରେ ମଧ୍ୟ ଆନ୍ଦୋଳନ ହୋଇଥିଲା, କିନ୍ତୁ ସଫଳ ହେଲା ନହିଁ। 

ହୀରାକୁଦ ନଦୀବନ୍ଧ ସମ୍ବଲପୁର ସହର ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ । ଏହି ଜଳଭଣ୍ଡାର ରୁ ସମ୍ବଲପୁର, ବରଗଡ଼,ବଲାଙ୍ଗିର ଏବଂ ସୁବର୍ଣପୁର ଜିଲ୍ଲା ର ଖରିଫ ରେ ପ୍ରାୟ ୧,୫୯୦୦୦ ହେକ୍ଟର ଏବଂ ରବିରେ ପ୍ରାୟ ୧,୦୮,୩୮୫ ହେକ୍ଟର ଜଳଚେସନ ହୁଏ। ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ନିଷ୍କାସିତ ଜଳରୁ  ମହାନଦୀ ଡେଲ୍ଟା ରେ ଆହୁରି ପ୍ରାୟ ୨,୫୧୦୦୦ ହେକ୍ଟର ଜଳସେନ କରାଯାଏ ।ଏହି ଜଳଭଣ୍ଡାର ଯୋଗୁଁ ଓଡିଶା ର ୨୪୯ ଗାଁ ଏବଂ ଛତିଶଗଡ ର ୩୬ ଗାଁ , ସମ୍ପୂର୍ଣ ଓ ଆଂଶିକ ଭାବେ ବୁଡିଲା। ସରକାର ଙ୍କ ତଥ୍ୟ ଅନୁସାରେ ୧,୨୩,୩୦୩ ଏକର ଚାଷ ଜମି ଏବଂ ୫୯,୨୮୭ ଏକର ଜଙ୍ଗଲ ଜମି ବୁଡିଲ।। ୨୬୫୦୦ ପରିବାର ଏହି ଯୋଜନା ରେ ବିସ୍ଥାପିତ ହେଲେ। ସେହି ସମୟରେ, ଯେଉଁମାନଙ୍କର ନାମ ରେ  ଜମି ନ ଥିଲା ସେମାନେ କ୍ଷତିପୂରଣ ପାଉ ନ ଥିଲେ। ଲେଣ୍ଡ ଏକୁଜିସନ ଆକ୍ଟ ଲାଗୁ ଥିଲା। ପୁନର୍ବାସ ପାଇଁ ରିହେବିଲିଟେସନ ପୋଲିଶି ନ ଥିଲା। ପଚାଶ ବର୍ଷ ବିତିଗଲା , ବର୍ତମାନ ସୁଦ୍ଧା ନଅ ହଜାର ରୁ ଉର୍ଦ୍ଧ ପରିବାର କ୍ଷତିପୂରଣ ପାଇନାହାନ୍ତି।

ହୀରାକୁଦ ଜଳଭଣ୍ଡାର ର ମୁଖ୍ୟ ଉଦ୍ଦେଶ୍ୟ ହେଲା ବନ୍ୟା ନିୟନ୍ତ୍ରଣ। ଅନ୍ୟ ଉଦ୍ଦେଶ୍ୟ ହେଲା ଜଳସେଚନ,  ବିଦ୍ୟୁତ ଉତ୍ପାଦନ, ମାଛ ଚାଷ, ନିକଟବର୍ତୀ ସହର କୁ ଜଳଯୋଗାଣ। ଶିଳ୍ପକୁ ଜଳଯୋଗାଣ କଥା କେବେହେଲେ ଚିନ୍ତା କରା ଯାଇ ନ ଥିଲା। ୨୦୦୫ପୂର୍ବରୁ ଏହି ଜଳଭଣ୍ଡାରରୁ ଅତି ଅଳ୍ପମାତ୍ରାରେ ବିଭିନ୍ନ କଳ କାରଖାନା, ବିଭିନ୍ନ ଅନୁଷ୍ଠାନକୁ ଜଳ ଯୋଗାଣ କରାଯାଉ ଥିଲା। ୨୦୦୫ ରେ ସରକାର ସ୍ଥିର କଲେ ଯେ ହୀରାକୁଦ ଜଳଭଣ୍ଡାରରୁ ୪୭୮ କ୍ୟୁସେକ ଜଳ ଶିଳ୍ପକୁ ଯୋଗାଇ ଦେବେ। ଜଳଭଣ୍ଡାରର ଉଦ୍ଦେଶ୍ୟକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଗଲା। ରାଜ୍ୟସରକାର ମତ ଦେଲେ ଯେ,ଶିଳ୍ପକୁ ଜଳ ଦେଲେ ହୀରାକୁଦ କମାଣ୍ଡ ଏରିଆର ଜଳସେଚନ ବାଧାପ୍ରାପ୍ତ ହେବ ନାହିଁ। କେବଳ ଆନୁପାତିକ ଭାବେ ବିଦ୍ୟୁତ ଉତ୍ପାଦନ କମିଯିବ ଏବଂ ଡେଲଟା ଅଞ୍ଚଳରେ ଜଳସେଚନ କିଛି ପରିମାଣରେ ବାଧାପ୍ରାପ୍ତ ହେବ। ପ୍ରକୃତରେ ଅଙ୍କ କଷାକଷି କରି କୁହାଯାଉଛି ଯେ ଜଳଭଣ୍ଡାରରେ ବଳକା ପାଣି ଅଛି । ବାସ୍ତବରେ ବଳକା ପାଣି ନାହିଁ। ପ୍ରତ୍ୟେକ ବର୍ଷ ଜଳଭଣ୍ଡାର ପଟୁମାଟିରେ ପୋତି ହେଇଯାଉଛି । ଜଳଭଣ୍ଡାରର ୨୭ଭାଗରୁ ଉର୍ଦ୍ଧ ପୋତି ହୋଇ ଗଲାଣି। ଭବିଷ୍ୟତରେ ମଧ୍ୟ  ପଟୁମାଟି ଭର୍ତି ହୋଇ ପ୍ରତ୍ୟେକ ବର୍ଷ ଜଳଭଣ୍ଡାର ସଙ୍କୁଚିତ ହେବ । ସରକାର ଥରକୁ ଥର ଘୋଷଣା କରନ୍ତି, କୃଷି ପାଇଁ ଉଦ୍ଦିଷ୍ଟ ବୁନ୍ଦାଏ ପାଣି ଶିଳ୍ପକୁ ଦିଆଯିବ ନାହିଁ। କିନ୍ତୁ କୃଷିପାଇଁ କେତେ ପାଣି ଉଦ୍ଦିଷ୍ଟ ସେ କଥା ଘୋଷଣା କରାଯାଏ ନାହିଁ। ହୀରାକୁଦ ଜଳଭଣ୍ଡାର ଏବଂ କେନାଲ ସମୂହ କୃଷିପାଇଁ ଉଦ୍ଦିଷ୍ଟ, ସେଥିରୁ ଶିଳ୍ପକୁ ଏତେ ଅଧିକ ପରିମାଣରେ ଜଳଯୋଗାଣ କେବେହେଲେ ଯୁକ୍ତିଯୁକ୍ତ ନୁହେଁ।

ହୀରାକୁଦ ନଦୀ ବନ୍ଧ ଯୋଜନା ନିର୍ମାଣ ସମୟରେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବନ୍ୟା ନିୟନ୍ତ୍ରଣ। ୧୯୮୮ରେ ହୀରାକୁଦ ଜଳ
ପରିଚାଳନା ସକାଶେ ଯେଉଁ ରୁଲକର୍ଭର ପରିବର୍ତନ କରାଗଲା, ତାହାର ଉଦ୍ଦେଶ୍ୟ ଥିଲା ବିଦ୍ୟୁତ ଉତ୍ପାଦନ ଆଉ କିଛି ବୃଦ୍ଧି। ବନ୍ୟା ନିୟନ୍ତ୍ରଣ କୁ ଗୌଣ କରିଦିଆଗଲା। ବିଦ୍ୟୁତ ଉତ୍ପାଦନ ସଫଳ ଭାବେ କରାଗଲା। ବନ୍ୟା ନିୟନ୍ତ୍ରଣରେ ସେତିକି ସଫଳତା ମିଳିଲା ନାହିଁ। ହୀରାକୁଦବନ୍ଧ ନିର୍ମାଣ ପୂର୍ବରୁ ମହାନଦୀରେ ଯେତେ ଥର ବନ୍ୟା ହେଉଥିଲା, ନିର୍ମାଣ ପରେ ତାହାର ଦୁଇଗୁଣ ଅଧିକ ବନ୍ୟା ହୋଇଛି। । ନିଃସନ୍ଦେହରେ କୁହାଯାଇପାରେ, ହୀରାକୁଦ ନଦୀବନ୍ଧ ଯୋଗୁଁ ବନ୍ୟା ନିୟନ୍ତ୍ରଣରେ ଆଂଶିକ ସଫଳତା ମିଳିଛି। ଆଂଶିକ ବନ୍ୟା ନିୟନ୍ତ୍ରଣ ହୋଇଛି, ସମ୍ପୂର୍ଣ ବନ୍ୟା ନିୟନ୍ତ୍ରଣ ହୋଇ ନାହିଁ।

ସରକାରୀ ତଥ୍ୟରେ ଉଲ୍ଲେଖ ଅଛି ଯେ, ଶିଳ୍ପକୁ ଜଳ ଯୋଗାଣ କଲେ ସେହି ଅନୁପାତରେ ବିଦ୍ୟୁତ ଉତ୍ପାଦନ କମିଯିବ ଏବଂ ଡେଲଟା ଅଞ୍ଚଳରେ ଜଳସେଚନ ବାଧାପ୍ରାପ୍ତ ହେବ। କିନ୍ତୁ  ହୀରାକୁଦ କମାଣ୍ଡ ଏରିଆରେ ମଧ୍ୟ କିଛି ମାତ୍ରାରେ ବାଧାପ୍ରାପ୍ତ ହେଲା। କାରଣ ଶିଳ୍ପକୁ କେନାଲରୁ ଜଳଯୋଗାଣର ସୁଯୋଗ ଦିଆଗଲା। ସୂଚନାଯୋଗ୍ୟ ଯେ ଅନେକ ବର୍ଷ ହେଲା, କେନାଲର ଟେଲ ଏଣ୍ଡରେ ୨୦୦୦୦ ହେକ୍ଟର ପାଖାପାଖି ଜମିରେ ପାଣି ପହଞ୍ଚେନାହିଁ। ଶିଳ୍ପକୁ ଜଳଯୋଗାଣ ପରେ ଆନ୍ଦୋଳନ ତେଜିଉଠିଲା। କୃଷକ ସଂଗଠନ ଆନ୍ଦୋଳନ କଲେ। ହୀରାଖଣ୍ଡ ନାଗରିକ ପରିଷଦ ରାଷ୍ଟ୍ରପତିଙ୍କୁ ଆପତ୍ତି ଜଣାଇଲେ , ଏକ୍ସପର୍ଟ କମିଟି ହୀରାକୁଦ ଆସି ଏହି ସମ୍ପର୍କରେ ତଦନ୍ତ କରନ୍ତୁ।

ଶିଳ୍ପକୁ ଜଳଯୋଗାଣ ଜମ୍ପର୍କରେ ତଦନ୍ତ ସକାଶେ ପ୍ରଥମ ଏକ୍ସପର୍ଟ କମିଟି ୨୦୦୬ ଜୁଲାଇ ୨୪ତାରିଖରେ ଆସିଥିଲେ। ପ୍ରଥମ କମିଟି ମତରେ ଶିଳ୍ପକୁ ୦.୩୫୦ ମିଲିୟନ ଏକର ଫୁଟ ଅର୍ଥାତ ୪୭୮ କ୍ୟୁସେକ ଜଳଯୋଗାଣ କରାଯାଇପାରେ। ଠିକ ବର୍ଷେ ପରେ ଦ୍ଵିତୀୟ ଏକ୍ସପର୍ଟ କମିଟି ୨୦୦୭ ଜୁଲାଇ ୧୭ ତାରିଖରେ ହୀରାକୁଦ ଆସିଲେ। ଦ୍ଵିତୀୟ କମିଟିଙ୍କ ମତରେ ଶିଳ୍ପକୁ ୦.୫୦୦ ମିଲିୟନ ଏକର ଫୁଟ ପରିମାଣର ଜଳ ଯୋଗାଇ ଦିଆଯାଇପାରିବ । ବର୍ଷେ ପରେ ଜଳଭଣ୍ଡାରର ଜଳଧାରଣ କ୍ଷମତା ପଟୁମାଟି ଭର୍ତି ଯୋଗୁଁ କମିଥିଳା,  କ୍ଷମତାବଢି ନ ଥିଲା। ତାହାହେଲେ ବଳକା ପାଣି ଆସିଲା କେଉଁଠୁ ?                                                                          
ପ୍ରଥମ କମିଟିଙ୍କ ମତରେ ହୀରାକୁଦ କମାଣ୍ଡ ଏରିଆରେ ରବି ଜଳସେଚନ ବାଧାପ୍ରାପ୍ତ ହେବନାହିଁ, କିନ୍ତୁ ଶିଳ୍ପକୁ ଜଳଯୋଗାଣ କଲେ ବିଦ୍ୟୁତ ଉତ୍ପାଦନ କମିଯିବ । ଦ୍ଵିତୀୟ ଏକ୍ସପର୍ଟ କମିଟି କହନ୍ତି ଯେ, ବିଦ୍ୟୁତ ଉତ୍ପାଦନ ପାଇଁ ଆଗ ଅପେକ୍ଷା ଅଧିକ ପାଣି ଯୋଗାଇ ଦିଆଯାଉଛି । ଏହା ହାସ୍ୟାସ୍ପଦ। ପ୍ରକୃତରେ ଏବେ ବିଦ୍ୟୁତ ଉତ୍ପାଦନ ବହୁ ଅଧିକ ପରିମାଣରେ କମିଛି।

ପ୍ରଥମ ଏକ୍ସପର୍ଟ କମିଟି ଅନ୍ୟାନ୍ୟ ପ୍ରସ୍ତାବ ସହିତ ହୀରାକୁଦର ଜଳଧାରଣ କ୍ଷମତା ଆଶାତୀତ ଭାବେ କମିଯିବା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିଳ୍ପାନୁଷ୍ଠାନମାନଙ୍କ ଦ୍ଵାରା ଜଳଭଣ୍ଡାର ସଂକୁଚିତ କରିବା, ବର୍ଜ୍ୟବସ୍ତୁ ଜଳଭଣ୍ଡାରରେ ନିକ୍ଷେପ କରିବା ଏବଂ ଶିଳ୍ପାୟନ ଯୋଗୁଁ ପରିବେଶରେ ଅବନତି ସମ୍ପର୍କରେ କାଟୁ ମନ୍ତବ୍ୟ ଦେଇ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ସରକାର କର୍ଣପାତ କଲେ ନାହିଁ। ଦ୍ଵିତୀୟ ଏକ୍ସପର୍ଟ  କମିଟିର ସୁପାରିଶ ଅନୁସାରେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି।

 ଶିଳ୍ପକୁ ଜଳଯୋଗାଣ ପରେ ବିଦ୍ୟୁତ ଉତ୍ପାଦନ ଅନୁପାତିକଭାବେ କମିଯିବ ବୋଲି ଏକ୍ସପର୍ଟ କମିଟି ସ୍ଵୀକାର କରିଛନ୍ତି। କିନ୍ତୁ ଆନୁପାତିକ ଭାବେ କମୁନାହିଁ , ବହୁତ ଅଧିକ ମାତ୍ରାରେ ବିଦ୍ୟୁତ ଉତ୍ପାଦନ କମିଛି। ହୀରାକୁଦ ଜଳ ପରିଚାଳନା ସକାଶେ ଜଳସେଚନ ବିଭାଗ ଓ ବିଦ୍ୟୁତ ବିଭାଗ ଆଲୋଚନା କରି ପ୍ରତ୍ୟେକ ବର୍ଷ ବିଭିନ୍ନ ସମୟରେ ୱାର୍କିଙ୍ଗଟେବୁଲ ପ୍ରସ୍ତୁତ କରିଥାନ୍ତି । ୱାର୍କିଂଟେବୁଲ ଅନୁସାରେ ଜଳସେଚନ ପାଇଁ ଓ ବିଦ୍ୟୁତ ଉତ୍ପାଦନ ପାଇଁ ହୀରାକୁଦ ଜଳ ବ୍ୟବହାର କରାଯାଏ। ଗତ ଚାରିବର୍ଷ
ହେଲା ବିଦ୍ୟୁତ ଉତ୍ପାଦନ ସକାଶେ ଆବଶ୍ୟକୀୟ ଜଳ ଅନେକ ମାତ୍ରାରେ କମେଇ ଦିଆ ଯାଇଛି। ଚାରିବର୍ଷ ପୂର୍ବରୁ ଡେଡଲେଭେଲ ୫୯୦ ଫୁଟ ପର୍ୟନ୍ତ ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ ୫୯୫ ଫୁଟ ପର୍ଯନ୍ତ ଜଳ ବ୍ୟବହାର କରି ଜାଣିଶୁଣି ୫ ଫୁଟ ଉଚତାର ଜଳରାଶି ନଷ୍ଟ କରାଯାଉଛି। କାରଣ ହେଲା, ଜଳସ୍ତର ୫୯୫ ଫୁଟରୁ ତଳକୁ ଖସିଲେ ଶିଳ୍ପାନୁଷ୍ଠାନଗୁଡିକ ପମ୍ପ ସାହାଯ୍ୟରେ ଜଳଭଣ୍ଡାରରୁ ଜଳ ଉଠେଇପାରିବେ ନାହିଁ। ଶିଳ୍ପକୁ ଜଳଯୋଗାଣର ସୁବିଧା ସକାଶେ ପ୍ରତ୍ୟେକ ବର୍ଷ ୫ ଫୁଟ ଉଚ୍ଚତାର ଜଳ ନଷ୍ଟ କରି ବିଦ୍ୟୁତ ଉତ୍ପାଦନ କମେଇ ଦିଆଯାଉଛି। ସରକାର କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି। ଏହି ଦିଗରେ ସରକାର ସମୀକ୍ଷା କରନ୍ତୁ।

କଳ କାରଖାନା ହେଉ। କିନ୍ତୁ କଳ କାରଖାନା ନିଜେ ନିଜର ଜଳଯୋଗାଣ ବ୍ୟବସ୍ଥା କରନ୍ତୁ। ବନ୍ୟା ସମୟରେ ଜଳ ସଂରକ୍ଷଣ କରି
ଅନ୍ୟ ସମୟରେ ସେହି ଜଳକୁ ବ୍ୟବହାର କରାଯାଇପାରିବ। ଆବଶ୍ୟକତା ଅନୁସାରେ ସେହି ଜଳକୁ ରିସାଇକ୍ଲିଂ କରାଯାଇ ପାରିବ। ହୀରାକୁଦରୁ ଶିଳ୍ପକୁ ଜଳଯୋଗାଣ କରି ସୀମିତ ଅଞ୍ଚଳରେ ଅନେକ ଶିଳ୍ପାନୁଷ୍ଠାନକୁ ଅନୁମତି ଦେବା ଯୁକ୍ତିଯୁକ୍ତ ନୁହେଁ । ହୀରାକୁଦ ଜଳଭଣ୍ଡାର ସୁରକ୍ଷିତ ରହୁ । ପରିବେଶ ସୁରକ୍ଷିତ ରହୁ । 

Capacity of Hirakud reservoir : Can not be raised

ହୀରାକୁଦ ଜଳଭଣ୍ଡାରର କ୍ଷମତାବୃଦ୍ଧି ଏକ ଅବାନ୍ତର ପରିକଳ୍ପନା ବିଭିନ୍ନ କଳକାରଖାନାଗୁଡିକୁ ହୀରାକୁଦ ଜଳଭଣ୍ଡାରରୁ ଜଳଯୋଗାଣ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନର ସୂତ୍ରପାତ ହୋଇ ସାରିଥିବା ବେଳେ ସରକାରଙ୍କ ବିଭ୍ରାନ୍ତିକର ମନ୍ତବ୍ୟ ତାକୁ ଆହୁରି ଜଟିଳ କରୁଛି। ଉଭୟ ଜଳସେଚନ ଓ ଶିଳ୍ପାନୁଷ୍ଠାନ ଗୁଡିକର ଚାହିଦା ପୂରଣ କରିବା ପାଇଁ ହୀରାକୁଦ ଜଳଭଣ୍ଡାର ରେ ଯଥେଷ୍ଟ ପାଣି ଅଛି ବୋଲି ସରକାର କହିଥିଲେ। ବର୍ତ୍ତମାନ କହୁଛନ୍ତି, ଜଳଭଣ୍ଡାରର ଜଳଧାରଣ କ୍ଷମତା ବୃଦ୍ଧି କରାଯିବ, କେନାଲ ବ୍ୟବସ୍ଥାର ସଂପ୍ରସାରଣ କରାଯିବ ଇତ୍ୟାଦି ।

 ସତରେ ଯଦି ଜଳଭଣ୍ଡାରରେ ଯଥେଷ୍ଟ ପଣି ଅଛି, ତାହାହେଲେ ତାହାର ଜଳଧାରଣ କ୍ଷମତା ବୃଦ୍ଧି କରାଯିବ କାହିଁକି? ଯଦି ଦ୍ଵିତୀୟ ମନ୍ତବ୍ୟଟି ଠିକ, ତାହାହେଲେ ଏତେ ଦିନ ଯାଏ ସରକାର ସତ କହୁ ନ ଥିଲେ। କଲଖାରଖାନାଗୁଡିକୁ ପଣି ଦେବା ପରେ ଜଳାଭାବ ହେତୁ ଜଳସେଚନ ବାଧାପ୍ରାପ୍ତ ହେବ ଏବଂ ତିରୋଟ ସମୟରେ କେନାଲରେ ପଣି ଯୋଗାଇବା ସମ୍ଭବ ହେବନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ କରାଯାଉଛି ତାକୁ ଦୂର କରିବା ପାଇଁ ସରକାର ପ୍ରସ୍ତାବ ମାଧ୍ୟମରେ ଯେଉଁ ସବୁ ଆଶ୍ଵାସନା ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଅବାସ୍ତବ । ଉକ୍ତ ପ୍ରସ୍ତାବଗୁଡିକ ଉତଭାତ ଚିନ୍ତାରୁ ସୃଷ୍ଟି । ହୀରାକୁଦ ଜଳଭଣ୍ଡାର ନିର୍ମାଣ ପୂର୍ବରୁ ଏହି ଜଳଭଣ୍ଡାରରେ ଯେତେ ପଟୁମାଟି ଭର୍ତ୍ତିହେବ ବୋଲି ଆକଳନ କରଯାଇଥିଲା, ତାର ଦୁଇଗୁଣରୁ ଉର୍ଦ୍ଧ୍ଵ ପଟୁମାଟି ଭର୍ତ୍ତି ହୋଇ ସାରିଲାଣି । ପଟୁମାଟି ଭର୍ତିହେବା ସ୍ଵାଭାବିକ। କିନ୍ତୁ ଦୁଇ ଗୁଣରୁ ଉର୍ଦ୍ଧ୍ଵ ପଟୁମାଟି ଭର୍ତ୍ତି ହେବା ସ୍ଵାଭାବିକ ହୋଇ ନ ପାରେ । ଜଙ୍ଗଲ ନଷ୍ଟ ହୋଇ ମୃତ୍ତିକା କ୍ଷୟ ଯୋଗୁଁ ଭବିଷ୍ୟତରେ ଆହୁରି ପଟୁମାଟି ଭର୍ତି ହୋଇଯିବାର ଆଶଙ୍କା ରହିଛି ।

 ହୀରାକୁଦ ଜଳଭଣ୍ଡାରର ଆୟୁଷକାଳ ଶହେ ବର୍ଷ ବୋଲି ଆକଳନ କରାଯାଇଛି। ଏହାର ରକ୍ଷଣାବେକ୍ଷଣ ଆବଶ୍ୟକ। ରକ୍ଷଣାବେକ୍ଷଣ ପରିବର୍ତ୍ତେ ଜଳଭଣ୍ଡାର ଚାରିପଟେ ବୃହତ ଶିଳ୍ପାନୁଷ୍ଠାନ ଗଢିବାକୁ ଅନୁମତି ଦିଆ ଯାଉଛି । ସ୍ପଞ୍ଜ ଆଇରନ କାରଖାନା, ଇସ୍ପାତ କାରଖାନା, ଆଲୁମିନିୟମ କାରଖାନା, ତାପଜ ବିଦ୍ୟୁତ କେନ୍ଦ୍ର ଆଦି ଜଳଭଣ୍ଡାର ଚାରିପଟେ ଘେରିବା ଆରମ୍ଭ କଲେଣି । ଏହି ଶିଳ୍ପାନୁଷ୍ଠାନ ଗୁଡିକ କେବଳ ରବି ଋତୁର ତିରୋଟ ସମୟରେ ଜଳ ସଂଗ୍ରହ କରିବେ ତାହା ନୁହେଁ,ବରଂ ଏହି କାରଖାନାଗୁଡିକର ବର୍ଜ୍ୟ ବସ୍ତୁ ମଧ୍ୟ ଜଳଭଣ୍ଡାରରେ ମିଶିବ । କାରଖାନାର ଯେତେ କୋଇଲାଗୁଣ୍ଡ ବାହାରିବ ସେସବୁ କୁଆଡେ ଯିବ ? ଏହି ପ୍ରକ୍ରିୟା ଇବଥର୍ମେଲ ପାଇଁ ଆରମ୍ଭ ହୋଇ ସାରିଲାଣି । ଆମ ପାଖରେ ଯାହା ଅଛି , ତାକୁ ସାଇତି ରଖିବା ଆବଶ୍ୟକ । ହୀରାକୁଦ ଜଳଭଣ୍ଡାର ସୁରକ୍ଷିତ ରହୁ । ହୀରାକୁଦ ଜଳଭଣ୍ଡାରରୁ ଏତେ ପରିମାଣରେ ଶିଳ୍ପକୁ ଜଳଯୋଗାଣ ଯୋଗୁଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ ଆଶଙ୍କା ଓ କେନାଲ ତଳମୁଣ୍ଡକୁ ପାଣି ମାଡୁ ନ ଥିବା ଆଦି କାରଣ ଯୋଗୁଁ ଯେଉଁ ତୀବ୍ର ଆନ୍ଦୋଳନ ହୋଇଛି ତ ଉପରେ ଆମେ ଚର୍ଚ୍ଚା କରୁଛୁ । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ କଣ ତୀବ୍ର ଆନ୍ଦୋଳନର ଆବଶ୍ୟକତା ରହିଛି ? ସରକାର ଯେଉଁ ସବୁ ନିଷ୍ପତ୍ତି ନେଇଛନ୍ତି ସେଥିମଧ୍ୟରୁ ହୀରାକୁଦ ଜଲଭଣ୍ଡାରର କ୍ଷମତା ବୃଦ୍ଧି ନିଷ୍ପତ୍ତି ଏକ ଚିନ୍ତାର ବିଷୟ । କେଉଁ ପରିମାଣର ପାଣି ସକାଶେ କ୍ଷମତା ବୃଦ୍ଧି କରାଯିବ ? ପୁଣି କ୍ଷମତା ବୃଦ୍ଧି ପାଇଁ ଯେଉଁ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ସରକାର କିଛି କହୁନାହାନ୍ତି । ସରକାର କିଛି ପ୍ରକାଶ କରିବା ପୂର୍ବରୁ ଜଣେ ଉଚ୍ଚ ପଦସ୍ଥ ଇଞ୍ଜିନିୟର ଏ ସଂକ୍ରାନ୍ତରେ ବିବୃତି ଦେଲେଣି । ତାଙ୍କ କହିବା ଅନୁସାରେ କ୍ଷମତା ବୃଦ୍ଧି ସକାଶେ ୩ ଟି ପ୍ରସ୍ତାବ ରହିଛି । କିନ୍ତୁ କୌଣସି ପ୍ରସ୍ତାବ କାର୍ଯ୍ୟକାରୀ ୨ କରାଯାଇପାରୁନାହିଁ । ଉଚ୍ଚ ସ୍ଥାନକୁ ଖନନ କରି ଗଭୀରତା ସୃଷ୍ଟି କରାଯାଇପାରିବ ନାହିଁ । ପୋତି ହୋଇଥିବା ପଟୁମାଟି କାଢିବା ବ୍ୟୟବହୁଳ ହେବ । ନଦୀବନ୍ଧର ଉଚ୍ଚତା ବୃଦ୍ଧି କରାଯାଇପାରିବ ନାହିଁ । ତାଙ୍କ ମତରେ କ୍ଷମତା ବୃଦ୍ଧି କରିବା ଏତେ ସହଜ ନୁହେଁ ଏବଂ ଅସମ୍ଭବ ହେବ। ଆମ ମତରେ ୩ଟି ଯାକ ପ୍ରସ୍ତାବ ଉଦ୍ଭଟ ଚିନ୍ତାଧାରାରୁ ସୃଷ୍ଟି । 

ଏହି ଧରଣ ଜଳଭଣ୍ଡାରରୁ ପଟୁ ମାଟି କାଢିବା ପାଇଁ , ୨୦୦୨ର ଆକଳନ ଅନୁସାରେ ୨ କୋଟି ୨୨ ଲକ୍ଷ ଟ୍ରକ ପଟୁ ମାଟି ଉଠାଇବାର ଆବଶ୍ୟକତା ଥିଲା ।୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଆମ ମତରେ ଏବେ ୨୦୦୭ରେ ଅନ୍ତତଃ ପକ୍ଷେ ୨୫ ହଜାର କୋଟି ଖର୍ଚ୍ଚ ହୋଇପାରେ। ଏହା ଏକ ଅବାନ୍ତର ପରିକଳ୍ପନା । ହୀରାକୁଦ ବନ୍ଧର ଉଚ୍ଚତା ବୃଦ୍ଧି ଅନ୍ୟ ଏକ ପ୍ରସ୍ତାବ । ଏହା ସ୍ଵପ୍ନରେ ସୁଦ୍ଧା ଚିନ୍ତା କରାଯାଇ ନ ପାରେ । ହୀରାକୁଦ ନଦୀବନ୍ଧ ସର୍ବାଧିକ ୬୩୦ ଫୁଟ ଆର ଏଲ ପର୍ଯ୍ୟନ୍ତ ଜଳ ଧାରଣ ସକାଶେ ଡିଜାଇନ କରାଯାଇଛି ଅଳ୍ପ ସମୟ ସକାଶେ ଅଧିକ ଅଧ ଫୁଟ ପାଣି ରଖାଯାଏ । ତାଠୁ ଅଧିକ ପାଣି ରଖାଯାଇ ପାରିବ ନାହିଁ । ହୀରାକୁଦ ବନ୍ଧ ସୁରକ୍ଷା ସକାଶେ ଆମେ ଡିଜାଇନ ପରିବର୍ତ୍ତନ କରି ପାରିବା ନାହିଁ । ତେଣୁ ଏହି ପ୍ରକାର ଅବାନ୍ତର ପ୍ରସ୍ତାବ ଦେଇ ବିଭ୍ରାନ୍ତି ସୃଷ୍ଟି କରିବା ପରିବର୍ତ୍ତେ ସରକାର ଅଧିକ ବାସ୍ତବ ବାଦୀ ହୁଅନ୍ତୁ ଏବଂ ହୀରାକୁଦ ବନ୍ଧର ସୁରକ୍ଷା ସହିତ ଜଳସେଚନ ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ।


 • ‘ସମାଜ’ରେ ୧୧ ନଭେମ୍ବର ୨୦୦୭ ରେ ପ୍ରକାଶିତ

My article published in the Samaja ( Odiya ) - Water management in Hirakud Reservoir


Sunday, 6 May 2012

Sadharana Purush- My autobiography (Odiya)

ସାଧାରଣ ପୁରୁଷ
ଆତ୍ମଜୀବନୀ