Thursday, 12 July 2012

Hirakud Dam can not control flood fully


ବନ୍ୟାନିୟନ୍ତ୍ରଣରେ ହୀରାକୁଦ ବନ୍ଧର ଭୂମିକା-  
୨୦୧୧ ବନ୍ୟା
                                 
ଚଳିତ ବର୍ଷ ବନ୍ୟାରେ ଓଡିଶାରେ ୨୧ଟି ଜିଲ୍ଲାରେ ପ୍ରାୟ ୨୦ ଲକ୍ଷ ଲୋକ ରୁ ଊର୍ଦ୍ଧ୍ଵ କ୍ଷତିଗ୍ରସ୍ତ ହୋଇଛନ୍ତି, ୨୫୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଲା – ସରକାରୀ ହିସାବ ଅନୁସାରେ ୫୦ରୁ ଊର୍ଦ୍ଧ୍ଵ ଲୋକ ମଲେ, ଅନେକେ ନିଖୋଜ ହୋଇଛନ୍ତି -୮୦୦୦ ରୁ ଊର୍ଦ୍ଧ୍ଵ ଗ୍ରାମ ଓ ୨୧ଟି ପୌରସଂସ୍ଥା କ୍ଷତିଗ୍ରସ୍ତ ହୋଇଛି-
 ଉପକୂଳବର୍ତ୍ତୀଜିଲ୍ଲାମାନଙ୍କରେ ବନ୍ୟା ହେଲା ଓ ତତସଙ୍ଗେ ସଙ୍ଗେ ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗିର,  ଝାରସୁଗୁଡାରେ ମଧ୍ୟ ବନ୍ୟା ହେଲା-୫୦ ହଜାର ହେକ୍ଟର ପାଣିରେ ବୁଡି ବାଲିଚର ହେଲା-ଏହି ବନ୍ୟାରେ ବିଭିନ୍ନ ଜିଲ୍ଲାର ସଡକ ଯୋଗାଯୋଗ ବିଛିନ୍ନ ହେଲା
·       ବରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ପଶି ବିଭୀଷିକା ସୃଷ୍ଟି କଲା- ହୀରାକୁଦ ବନ୍ଧ ନିର୍ମାଣ ପୂର୍ବରୁ ଏହି  ଅଞ୍ଚଳରେ ଲୋକେ ବନ୍ୟା କଣ ଜାଣି ନ ଥିଲେ-ଏବେ ନିୟମିତ ଦୁର୍ଦ୍ଦଶା ରେ ପରିଣତ ହେଲାଣି -ବନ୍ୟାନିୟନ୍ତ୍ରଣରେ ହୀରାକୁଦ ବନ୍ଧର ବିଶେଷ ଭୂମିକା ରହିଛି- ମୂଳ ପ୍ରସ୍ତାବ ଅନୁଯାୟୀ ହୀରାକୁଦ, ଟିକରପଡା, ନରାଜଠାରେ ବନ୍ଧ ନିର୍ମାଣ ହେବାର ଥିଲା - ଆନ୍ଦୋଳନ ଯୋଗୁଁ ଟିକରପଡା ବନ୍ଧ ପ୍ରସ୍ତାବ ବନ୍ଦହେଲା-ତାପରେ ମଣିଭଦ୍ରାବନ୍ଧ ପ୍ରସ୍ତାବିତ ହେଲା-ଆନ୍ଦୋଳନ ଯୋଗୁଁ ମଣିଭଦ୍ରା ପ୍ରସ୍ତାବ ମଧ୍ୟ ବନ୍ଦ ହେଲା- ବିକଳ୍ପ ହିସାବରେ ସୁବଳୟାବନ୍ଧ ନିର୍ମାଣ ପ୍ରସ୍ତାବ ହେଲା- ଆନ୍ଦୋଳନ ଯୋଗୁଁ ସୁବଳୟା ନିର୍ମିତ ହେଲା ନାହିଁ-ସୂଚନାଯୋଗ୍ୟ ଯେ ମହାନଦୀ ଏ କୂଳରେ ମଣିଭଦ୍ରା , ଆର କୂଳରେ ସୁବଳୟା-ଏହା ଉଲ୍ଲେଖ କରିବା ତାପ୍ତର୍ଜ୍ୟ ହେଲା ସୁବଳୟା ବନ୍ଧ ନାମିତ ହେଲେ ମଧ୍ୟ ମଣିଭଦ୍ରାକୁ ବୁଝିବେ।
·       କେବଳ ହୀରାକୁଦ ବନ୍ଧ ନିର୍ମାଣ ସମ୍ଭବ ହେଲା-
ଚଳିତ ବନ୍ୟା ପୂର୍ବରୁ ହୀରାକୁଦ ତଳ ମୁଣ୍ଡରେ ସିନ୍ଧୋଳ ପ୍ରକଳ୍ପ ସକାଶେ ଓଡିଶା ଜଳ ବିଦ୍ୟୁତ ନିଗମ ଓ ଜାତୀୟ ଜଳବିଦ୍ୟୁତ ନିଗମ ସହିତ ଚୁକ୍ତି ସମ୍ପାଦନ କଲେ-ସିନ୍ଧୋଳ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ହେଲା-ଓଡିଶା ବିଧାନସଭାରେ ଏହି ପ୍ରକଳ୍ପକୁ ବିରୋଧ କରିବାରୁ ଗୃହ କମିଟି ଗଠନ କରାଗଲା-ପ୍ରକଳ୍ପ ବାତିଲ କରିବାକୁ ଗୃହ କମିଟି ମତ ଦେଲେ –ଆଶ୍ଚର୍ଯ୍ୟର କଥା, ବର୍ତ୍ତମାନ ସୁଦ୍ଧା ଏହି ସମ୍ପର୍କରେ ସରକାର କୌଣସି ପ୍ରକାର ଘୋଷଣା କରୁନାହାନ୍ତି-
ଇତି ମଧ୍ୟରେ ଗୃହ କମିଟୀ ସିନ୍ଧୋଳ ଯୋଜନା ବାତିଲ କରିବାକୁ ଘୋଷଣା କଲେ
ଅର୍ଦ୍ଧଶତାବ୍ଦୀ ବିତିଯାଇଥିଲେ ବି ହୀରାକୁଦ ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦେବା ସରିନାହିଁ-ପୁଣି ଆଉଥରେ ବିସ୍ଥାପିତ ହେବାକୁ ପଶ୍ଚିମାଞ୍ଚଳରେ କେହି ପ୍ରସ୍ତୁତ ନୁହନ୍ତି- ସିନ୍ଧୋଳ ପ୍ରକଳ୍ପ ନିର୍ମାଣ ଅସମ୍ଭବ- ମହାନଦୀରେ ଦ୍ଵିତୀୟ ବନ୍ଧ ନିର୍ମାଣ ଅବାନ୍ତର - ମହାନଦୀ ବହିଯାଉ-
ବୃହତ ନଦୀବନ୍ଧ ମାଧ୍ୟମରେ ଆଂଶିକ ବନ୍ୟାନିୟନ୍ତ୍ରଣ ସମ୍ଭବ- ସମ୍ପୂର୍ଣ୍ଣ ଭାବେ ନୁହେଁ-    ହୀରାକୁଦ ବନ୍ଧ ମାଧ୍ୟମରେ ଆଂଶିକ ବନ୍ୟାନିୟନ୍ତ୍ରଣ ସମ୍ଭବ ହୋଇଛି-ସମ୍ପୂର୍ଣ୍ଣ ଭାବେ ନୁହେଁ-
·       ପ୍ରବଳ ଧରଣର ବନ୍ୟାନିୟନ୍ତ୍ରଣ କରିବାରେ ହୀରାକୁଦ ଜଳଭଣ୍ଡାର କେବେ ବି ସମର୍ଥ ହୋଇନାହିଁ-ଏ କଥା ଆମେ ସ୍ଵୀକାର କରିବାକୁ ହେବ-
·       ୧୯୬୨ର ହୀରାକୁଦ ଇଭାଲୁଏସନ କମିଟି ରିପୋର୍ଟରେ ସ୍ପଷ୍ଟଭାବେ ଉଲ୍ଲେଖ ଅଛି- ହୀରାକୁଦ ମାଧ୍ୟମରେ ସାଧାରଣ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ- ପ୍ରବଳ ବନ୍ୟା ଆଂଶିକ ଭାବେ ନିୟନ୍ତ୍ରଣ ସମ୍ଭବ- ଅସାଧାରଣ ବନ୍ୟା ନିୟନ୍ତ୍ରଣ ସମ୍ଭବ ନୁହେଁ-ହୀରାକୁଦ ବନ୍ଧ ନିର୍ମାଣର ପଚାଶ ବର୍ଷ ପୂର୍ବରୁ ଯେତିକି ଥର ବନ୍ୟା ହେଉଥିଲା- ପରବର୍ତ୍ତୀ ପଚାଶ ବର୍ଷ ମଧ୍ୟରେ ଅଧିକ ଥର ବନ୍ୟା ହୋଇଛି- ଅବଶ୍ୟ ହୀରାକୁଦ ଯୋଗୁଁ ଆଂଶିକ ବନ୍ୟାନିୟନ୍ତ୍ରଣ ସମ୍ଭବ ହୋଇଛି-
ହୀରାକୁଦ ବନ୍ଧଦ୍ଵାରା ଉପକୂଳବର୍ତ୍ତୀ ଅଞ୍ଚଳକୁ ଆଂଶିକ ଭାବେ ରକ୍ଷା କରାଯାଇ ପାରିଛି-ହେଲେ ସମ୍ପୂର୍ଣ୍ଣ ଭାବେ ନୁହେଁ- ଓଡ଼ିଶାକୁ ବନ୍ଧ ମୟ କରିଦେଲେ  ବି ସମ୍ପୂର୍ଣ୍ଣ ବନ୍ୟାନିୟନ୍ତ୍ରଣ ସମ୍ଭବ ନୁହେଁ – ଯଦି ତାହା ହୋଇପାରୁଥାନ୍ତା, ତାହେଲେ ଆମେରିକା ଭଳି ଏକ ଉନ୍ନତ ରାଷ୍ଟ୍ରରେ ଲୋକେ ଆଜି ବି ବନ୍ୟାରେ ମରୁ ନ ଥାନ୍ତେ- ସୂଚନାଯୋଗ୍ୟ ଯେ, ଆମେରିକାରେ ବୃହତ ନଦୀବନ୍ଧ ସଂଖ୍ୟା ଭାରତ ତୁଳନାରେ ବହୁ ଅଧିକ-
·       ବନ୍ୟାନିୟନ୍ତ୍ରଣ ସକାଶେ ହୀରାକୁଦର ଜଳ ଧାରଣ କ୍ଷମତା ଆରମ୍ଭରୁ ଯଥେଷ୍ଟ  ନ ଥିଲା-ପଟୁମାଟି ଭର୍ତ୍ତି ଯୋଗୁଁ ଏହାର ଜଳ ଧାରଣ କ୍ଷମତା ଶତକଡା ୩୧ଭାଗ ପାଖାପାଖି କମିଛି- ଭବିଷ୍ୟତରେ ଆହୁରି କମିବ- ଅନ୍ୟାନ୍ୟ ଜଳଭଣ୍ଡାର ତୁଳନାରେ ଯଦିଓ ହୀରାକୁଦ ଜଳଭଣ୍ଡାର ବହୁତ ବଡ, ବାସ୍ତବରେ ନିଜ ଅବବାହିକା ପାଇଁ ଏହା ଅତି ଛୋଟ-
ହୀରାକୁଦ ଅବବାହିକାରେ ହାରାହାରି ୧୫ ସେଣ୍ଟିମିଟର ବୃଷ୍ଟିପାତରେ ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣ  ହୋଇଯିବ-
ହୀରାକୁଦର ଗଭୀରତା ୧୩୦ ଫୁଟ ହୋଇଥିବାବେଳେ, କେବଳ ୪୦ଫୁଟ ଜଳ ବ୍ୟବହୃତ ହୁଏ-ବର୍ଷ ଯାକ ୪ ଫୁଟ ବାଷ୍ପ ହୋଇ ନଷ୍ଟ ହୁଏ- ପ୍ରକୃତରେ ୩୬ ଫୁଟ ଜଳ ଉପଯୋଗୀ ହୁଏ- ଏହି ସବୁ କାରଣରୁ ଏହି ସ୍ଥାନ ନଦୀବନ୍ଧ ଯୋଜନା ପାଇଁ ଉପଯୁକ୍ତ ସ୍ଥାନ ନୁହେଁ- ୧୯୪୬ ଡିସେମ୍ବରରେ ମହିଶୂର ର ଅବସରପ୍ରାପ୍ତ ଚିଫ ଇଞ୍ଜିନିଅର ଏମ ଜି ରଙ୍ଗେୟା ମତ ଦେଇଥିଲେ – ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ଉପଯୁକ୍ତ ସ୍ଥାନ ନୁହେଁ – ତାଙ୍କ ରିପୋର୍ଟ ଉପରେ ଗୁରୁତ୍ଵ ଦିଆଗଲା ନାହିଁ- ହୀରାକୁଦ ବନ୍ଧ ନିର୍ମିତ ହେଲା-
·       ବର୍ତ୍ତମାନ ପରିସ୍ଥିତିରେ – ହୀରାକୁଦ ଜଳ ଭଣ୍ଡାରର ଜଳର ସୁପରିଚାଳନା ଉପରେ ଅଧିକ ଗୁରୁତ୍ଵ ଦେବା ଆବଶ୍ୟକ - ଜଳ ପରିଚାଳନା ପାଇଁ ଏକ ରୁଲକର୍ଭ ରହିଛି- କେଉଁ ତାରିଖରେ ହୀରାକୁଦ ଜଳ ସ୍ତର କେତେ ରଖାଯିବ ରୁଲକର୍ଭ ଅନୁସାରେ କରାଯାଏ- ତତ୍କାଳୀନ ପରିସ୍ଥିତିକୁ ଦେଖି ୧୯୮୮ ମସିହାରେ ରୁଲ କର୍ଭ ସଂଶୋଧିତ ହେଲା- ତାପରେ ଆଉ ସଂଶୋଧନ ହୋଇନାହିଁ- ଇତିମଧ୍ୟରେ ଜଳବାୟୁରେ ବିରାଟ ପରିବର୍ତ୍ତନ, ଛତିଶଗଡରେ ଅନେକ ବନ୍ଧ ନିର୍ମାଣ ଯୋଗୁଁ, ହୀରାକୁଦକୁ ଜଳପ୍ରବାହରେ ଅନେକ ପରିବର୍ତ୍ତନ ହୋଇଛି
·       ଗତ ସେପ୍ଟେମ୍ବର ୫ ତାରିଖରୁ ୯ ତାରିଖ ମଧ୍ୟରେ ଛତିଶଗଡର ଅଧିକାଂଶ ଛୋଟ ବଡ ବନ୍ଧ ପ୍ରବଳ ବର୍ଷା ଯୋଗୁଁ ଶତକଡା ନବେ ଭାଗ ଭର୍ତ୍ତି ଥିଲା- ଆବଶ୍ୟକତା ଦୃଷ୍ଟିରୁ ସେହି ବନ୍ଧ ସବୁରୁ ଜଳ ନିଷ୍କାସିତ ହେଉଥିଲା- ଏବଂ ଏହି ଜଳ ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କଲା- ସେହିପରି ଇବ ଓ ଭେଡେନ ନଦୀରୁ ପ୍ରବଳ ବର୍ଷା ଯୋଗୁଁ ଏକ ସଙ୍ଗେ ବନ୍ୟା ଜଳ ପ୍ରବେଶ କଲା- ସୂଚନାଯୋଗ୍ୟ ଯେ ଅଙ୍କ କଷାକଷି କରି ହୀରାକୁଦ ଜଳଭଣ୍ଡାରର ଜଳପ୍ରବାହ ଆକଳନ କରାଯାଏ-ଆଧୁନିକ ପ୍ରଣାଳୀ ଅବଲମ୍ବନ କରାଯାଉ- ଜଳପ୍ରବାହ ସଠିକ ଆକଳନ କରାଯାଉ-
 ୬୩୦ ଫୁଟ ସ୍ତର ପର୍ଯ୍ୟନ୍ତ ଜଳ ଗଛିତ ରହିପାରିବ ଜାଣି ସୁଦ୍ଧା ସେପ୍ଟେମ୍ବର ୭ ତାରିଖରେ ଜଳପତ୍ତନ ୬୨୫.୬୦ ରଖାଯାଇଥିଲା- ରୁଲକର୍ଭ ଅନୁସାରେ ଯେତିକି ଜଳପତ୍ତନ ରହିବା କଥା ତାହାର ବହୁ ଉପରେ ରହିଥିଲା-୩୬ଟି ଗେଟ ଖୋଲା ଥିଲା- ସେପ୍ଟେମ୍ବର ୨ ତାରିଖରେ ଇଣ୍ଡିଏନ ମେଟ୍ରୋଲୋଜିକେଲ ଡିପାର୍ଟମେଣ୍ଟ ତରଫରୁ ଛତିଶଗଡ ଓ ଓଡିଶାରେ ସପ୍ତାହ କ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ଘୋଷଣା କରାଯାଇଥିଲା- କର୍ତୃପକ୍ଷ ଘୋଷଣା ଉପରେ ନଜର ଦେଲେ ନାହିଁ-ତାହା ପରଦିନ ୮ ତାରିଖରେ ଥରକୁଥର କରି ୫୯ଟି ଗେଟ ଖୋଲିଲେ- ପରିସ୍ଥିତି ଅସମ୍ଭାଳ ହେଲା-ପ୍ରବଳ ବନ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହେଲା-
·       ଛତିଶଗଡ ଓ ଓଡିଶା ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ଉପରେ ବୁଝାମଣା ନାହିଁ ବୋଲି ଜଣାଯାଏ- ଏପରି ଏକ ବୁଝାମଣାର ଆବଶ୍ୟକତା ରହିଛି-ପରିବର୍ତ୍ତିତ ପରିସ୍ଥିତିକୁ ବିଚାରକୁ ନେଇ ଏହି ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହେବା ଏକାନ୍ତ ଆବଶ୍ୟକ-
·       ତତ୍କାଳୀନ ପରିସ୍ଥିତିକୁ ଦେଖି ୧୯୮୮ରେ ରୁଲକର୍ଭ ସଂଶୋଧିତ ହୋଇଥିଲା- ଇତିମଧ୍ୟରେ ହୀରାକୁଦ ଜଲଭଣ୍ଡାରକୁ ଜଳପ୍ରବାହରେ ଅନେକ ପରିବର୍ତ୍ତନ ହୋଇଛି- ବନ୍ୟାନିୟନ୍ତ୍ରଣକୁ ଗୁରୁତ୍ଵ ଦେଇ ଆଉଥରେ ରୁଲକର୍ଭ ସଂଶୋଧିତ କରାଯାଉ-
·       କଂଗ୍ରେସ ଦଳଙ୍କ ମତରେ ଏହି ବନ୍ୟା ଭୁଲ ଜଳ ପରିଚାଳନା ଯୋଗୁଁ ହେଲା- ତଦନ୍ତର ଆବଶ୍ୟକତା ରହିଛି- ମାନ୍ୟବର ରାଜ୍ୟପାଳ ୟା ଉପରେ ତଦନ୍ତ କରିବାକୁ ସରକାରଙ୍କୁ ଲେଖିଲେ- ସରକାର କହିଲେ- ସବୁ ଠିକ କରାଯାଇଛି- ତଦନ୍ତର ଆବଶ୍ୟକତା ନାହିଁ- ସରକାରଙ୍କ ମତ ଯୁକ୍ତିଯୁକ୍ତ ନୁହେଁ-ନିରପେକ୍ଷ ତଦନ୍ତ କରିଥିଲେ ଜଳ ପରିଚାଳନାର ଭୁଲ ଥିଲା ନା ନାହିଁ ଜଣାପଡିଥାନ୍ତା-   

(ବରଗଡ- ଗାନ୍ଧୀସ୍ମୃତି ପାଠାଗାର ତରଫ ରୁ ଆୟୋଜିତ ପୁସ୍ତକ ମେଳାରେ ଇଂ କରୁଣାକର ସୂପକାରଙ୍କ ଦ୍ଵାରା ପ୍ରଦତ୍ତ ଭାଷଣ)
୨୨ ନଭେମ୍ବର ୨୦୧୧